KABITA WITHOUT BORDERS

Original poem · ଓଡ଼ିଆ

ଫାଳେ ଜହ୍ନ

ଶକୁନ୍ତଳା ଗୁପ୍ତା

Half moon above a dark village with a single oil lantern, a paintbrush and charcoal marks on paper.
Illustration inspired by the poem · AI-generated
ନିଛାଟିଆ ଜହ୍ନ ରାତିରେ ବହଳ ରଙ୍ଗ ଥୋକେ ନେଇ ସେ ନାଲିନେଳି ପତ୍ର ଗଣୁଥାଏ କବିତା ସବୁ ମିଶିଯାଏ ତୈଳଚିତ୍ରରେ କୋଣାର୍କ ହେଇ ଅତୀତର ଭୂଇଁ ଧସେଇ ପଶେ କାଚ ଘର କୋଣରେ ଶୋଇଥିବା ଲଣ୍ଠନ କେତେଟା ଦେଖୁଥାଆନ୍ତି ଆଲୁଅର ଦିବାସ୍ବପ୍ନ ଖୋଲା ମାଟି ଦଲାଣରେ ଏକକାନିକିଆ ଉଆଁସୀ କନିଆଁ ଛିଣ୍ଡା କାନିରେ ପୋଛୁଥାଏ ବହଳ ଅଙ୍ଗାର ପରତେ ପୃଥିବୀର ଅନ୍ୟ ଗାଆଁଟିରେ ଜହ୍ନ ଉଇଁବା ଆଗରୁ -------------- _ ଶକୁନ୍ତଳା ଗୁପ୍ତା
Read at source ↗

Poems appear in their original language. The language selector changes the website text.