KABITA WITHOUT BORDERS

मूल कविता · ଓଡ଼ିଆ

ନିରଙ୍ଗ କରେ ରାହାସ

ଶକୁନ୍ତଳା ଗୁପ୍ତା

A banyan reflected in a still pond with a palash branch, contemplation and a subtle breath-like ripple.
Illustration inspired by the poem · AI-generated
_______________ ଅକ୍ଷୟବଟେ ଅଳପକେ ବାୟୁତ ଅନାଦି ଢାଳଇ ପୀୟୁଷ ଅବଧୂତ ଦହକ ଅଘୋର ପିରତି ନିନାଦିତ ଦୋଳଇ ନିରକ୍ଷ ମଣ୍ଡଳେ ଅଲେଖ ବ୍ୟାପ୍ତ ଯେ ଅଜପା ଗାଏ ଦ୍ୟୋକାର ମାଟିଭମର ଅଙ୍ଗଦେଶେ ବାୟୁନା ବାନ୍ଧଇ ସପ୍ତସୁର ନିରଙ୍ଗ କରେ ରାହାସ ଆଲଟି ଚାମର ନିରଂଜନ ନାଚଇ ଦିଗନ୍ତେ ସ୍ଵୟଂ ଶବ୍ଦସାଗର ଯେ ପତ୍ରହରା ଗଣ୍ଡେ ବ୍ରହ୍ମପାଦପେ ନିରଗ୍ନି ପୁରାଇ କିଂଶୁକ ପୁଷ୍ପେ ସୁପର୍ଣ୍ଣୀ ଅମୋଘ ପରକାଶେ ହେଇ ଗୈରିକବହ୍ନି ଅବନା ମଣ୍ଡଳେ ଖେଳେ ତାଳଦେଇ ପ୍ରଣବଧ୍ଵନି ଯେ ଜୀବ ମଧ୍ୟେ ମତିପ୍ରଦ ଟେକଇ ମୁଣ୍ଡ ଜ୍ୟୋତିଷ୍ମତୀ ଗର୍ଭେ ପାଇ ମେରୁଦଣ୍ଡ ଭୁମାନନ୍ଦ ପ୍ରସବିତ ଅବନୀ କୁଣ୍ଡେ ଭାଷା କୁସୁମ ଫୁଟଇ ନିରତ ନୀଡ଼ ତୁଣ୍ଡେ ଯେ ___________________________ ( ସନ୍ଥକବିଙ୍କ ଆଲୋଚନା ପର୍ବରେ ଅନୁପ୍ରାଣିତ କବିତା) _ଶକୁନ୍ତଳା ଗୁପ୍ତା,ରାଉରକେଲା _________________ ଶବ୍ଦାର୍ଥ ଭାଷାକୋଷ ରୁ: ଅକ୍ଷୟବଟ— କଳ୍ପବଟ; ପ୍ରଳଯାନ୍ତସ୍ଥାଯୀ ବଟ ବୃକ୍ଷ।—1. The mythological imperishable banyan tree. ଦ୍ୟୋକାର— ରାଜମିସ୍ତ୍ରୀ ଅଜପା— ବିନା ଜପରେ ଈଶ୍ବରଭଜନ; ସ୍ବାଭାବିକ ଶ୍ବାସପ୍ରଶ୍ବାସ ବହିର୍ଗମନ ଓ ପ୍ରବେଶନଦ୍ବାରା 'ହଂସଃ' ଇତ୍ଯାକାର ମନ୍ତ୍ର ଜପ। ଭୁମାନନ୍ଦ— (କର୍ମଧା; ଭୁମା+ଆନନ୍ଦ)— ଅତ୍ଯନ୍ତ ଆନନ୍ଦ ଅମୋଘ— 1 ପରମେଶ୍ବର—God; The Infallible. 2। ବିଷ୍ଣୁଙ୍କର ନାମ—2. A name of Bishṇu. 3। ଶିବ—3. God Siba. ସପ୍ତ ସ୍ବର— ହିନ୍ଦୁ ସଙ୍ଗୀତଶାସ୍ତ୍ରୋକ୍ତ ସାତ ଗୋଟି ସ୍ବର—ସା, ରି, ଗା, ମା, ପା, ଧା, ନି ପଲୀଶ— ପଲାଶ,ପଳ(ଲା)ଶ, କିଂଶୁକ, ପର୍ଣ୍ଣ, ୟାଜ୍ଞିକ, ରକ୍ତ— ପୁଷ୍ପକ, କ୍ଷାର ଶ୍ରେଷ୍ଠ, ବାତପୋଥ, ବ୍ରହ୍ମବୃକ୍ଷ, ବ୍ରହ୍ମବୃକ୍ଷକ, ବ୍ରହ୍ମୋପ— ନେତା, ସମିଦ୍ଧର, କରକ, ତ୍ରିପତ୍ରକ, ବ୍ରହ୍ମପାଦପ, ତ୍ରିପର୍ଣ୍ଣ, ପଳାଶକ, ରକ୍ତ ପୁଷ୍ପ, ପୁତଦ୍ରୁ, କାଷ୍ଠଦ୍ରୁ, ବୀଜ ସ୍ନେହ, କୃମିଘ୍ନ, ବକ୍ର ପୁଷ୍ପକ, ସୁପର୍ଣ୍ଣୀ ଅବନି— (ଅବନୀ—ଅନ୍ୟରୂପ) ପୃଥବୀ, ଭୂଭାଗ
मूल प्रकाशन पढ़ें ↗

कविताएँ अपनी मूल भाषा में हैं। भाषा चुनने से वेबसाइट का परिचय और निर्देश बदलते हैं।