KABITA WITHOUT BORDERS

मूल कविता · ଓଡ଼ିଆ

କିଛି ପୁରୁଷ

ଶକୁନ୍ତଳା ଗୁପ୍ତା

An elderly man's hands sheltering a small bird, a family courtyard behind, quiet tenderness beneath strength.
Illustration inspired by the poem · AI-generated
** ଜେଜେ ବାପା ଜେଜେବାପାଙ୍କର ବିରାଟ ପରିବାର ସଞ୍ଜହୁଡ଼ା ପକ୍ଷୀମାନଙ୍କ ବାଟ ଚାହିଁରହେ ପଞ୍ଜରା ହାଡ଼ ପକ୍ଷୀ ଫେରିଲେ, ଦିନକ ପାଇଁ ପରବ ଦିନକର ନୂଆଖାଇ ତିହାର ବାପା ବାପା କହିଲେ ବ୍ରହ୍ମାଣ୍ଡଠୁ ଭାରି, ତାଙ୍କ ନିଶ ତଳେ ମନେହୁଏ ଫିକା ଦିଶେ ଗୋଟା ସହର, ଜେଜେମାଙ୍କର ଦଶାହ ଘାଟରୁ ଫେରିଲା ପରେ କମନୀୟ ବୌଦ୍ଧ ଭିକ୍ଷୁ ପରି ଦିଶୁଥିଲେ ସେ, ରାତି ଅଧେ ଅନାଥ ହେଇଗଲି ବୋଲି କଇଁ କଇଁ ହେଇ କାନ୍ଦୁଥିଲେ ବାପା । ମାମୁଁ ପାଞ୍ଚଟି ଗାଆଁର ମୂରବୀ ସମାଜ, ସଂସ୍କାରର ଭାର ତାଙ୍କ ପଗଡ଼ିରେ, ସ୍ୱେଚ୍ଛାଚାରୀ ହେଇ କେତେ ଅପବାଦ ନ ଦେଇଛି ତାଙ୍କୁ, ଏ ଜନ୍ମରେ ଆଉ ଭେଟ ହେବ କି ନାଇଁ, ଜଣା ନାହିଁ ମୋର! ପୁତୁରା (ବାପାଙ୍କ ପୁତୁରା) ଦି ବୋତଲ ରକ୍ତ ଦେଇ କକାଙ୍କୁ, ଜଣାଇଲା ନାଇଁ ଘରେ, କାଳେ ଉଲୁଗୁଣା ଶୁଣେଇବ କେହି ଯେ ଏତେ ସରାଗ କରେ ତା କକାଙ୍କୁ.. ଭାଇ ଭାଇକୁ ଚାପୁଡ଼ା ମାରିଲେ ବି କହେ ନାଇଁ ପଦେ ମିଛ, ଗଢ଼ି ପାରେ ନାଇଁ ମୋ ପରି ହଜାରେ ମିଛର କାହାଣୀ, ଶ୍ରବଣ କୁମାର ପରି ଶୁଶ୍ରୁଷା କରେ ବିଧବା ମାଁକୁ ମଶାଣୀ ଯାଏଁ, ଲୁହ ଲୁଚାଏ, ମୁଁହ ଲୁଚାଏ, ବୋହି ନିଏ ଅଭାବ, ଅନଟନ ପିଠିରେ ତାର ପ୍ରେମିକ ତା ପାଠ, ଟିକେ ଅଧିକ ଭଲ ତା ପାପୁଲି, ଟିକେ ଅଧିକ କୋମଳ ତା ଗାଲ, ଟିକେ ଅଧିକ ଗୋଲାପି କାଳେ ମୋତେ କଳଙ୍କ ଦେବ ସଂସାର, ସେ ପାଳିଚି ତା ଛାତିରେ ସମୁଦ୍ରଟିଏ ନୀରବତାର, ମୋ ଭାଗର ସୁଖତକ ହେଇ ପାରନ୍ତା କି ତାର... ** _ ଶକୁନ୍ତଳା
मूल प्रकाशन पढ़ें ↗

कविताएँ अपनी मूल भाषा में हैं। भाषा चुनने से वेबसाइट का परिचय और निर्देश बदलते हैं।